Spiritual Mantra Odia 1

Tume Anubhaba Ra Thakura Odia Lyrics



ତୁମେ ଅନୁଭବର ଠାକୁର

ଚିନ୍ତା ଚେତନା ରେ ଭକ୍ତି ଭାବନା ରେ

ରହିଛି ସ୍ଥିତି ତୁମର 

ତୁମେ ଅନୁଭବର ଠାକୁର


ଦେଖିବାକୁ ତୁମ ଶୁନ୍ୟ ବ୍ରହ୍ମରୁପ

ଜାଳିବାକୁ ହେବ ଜ୍ଞାନର ପ୍ରଦୀପ

ବାଢ଼ିଦେଇ ଶ୍ରଦ୍ଧା ବିଶ୍ୱାସର ଧୂପ 

ସାଧିବାକୁ ହେବ ହୃଦୟରେ ତପ

ପ୍ରେମର ମନ୍ତ୍ରରେ ଆତ୍ମା ଆଳତି ରେ

ପହଡ଼ ଫିଟେ ତୁମର


ତୁମ ଦର୍ଶନରେ ମିଳେ ମହାଶାନ୍ତି

ଅମୃତଠୁ ମିଠା ସେହି ଅନୁଭୂତି

ମାୟାର ଜାଲରୁ ପ୍ରାଣର କପୋତି

ଉଡ଼ିଯିବା ପାଇଁ ପାଏ ଅନୁମତି

କର୍ମ କୋଉଡ଼ିରେ ଧର୍ମ ଦୌଡ଼ିରେ

ସଂସାର କର ଉଦ୍ଧାର