Spiritual Mantra Odia 1

Kshyamakara Jagannath Odia Lyrics | Kete Mun Papa Phala Ra Chakhichhi Suada

କେତେ ମୁଁ ପାପ ଫଳର ଚାଖିଛି ସୁଆଦ
କେତେ ମୁଁ ଅବାଟେ ଯାଇ ଫସେଇଛି ପାଦ
ଦେଖୁ କି ନ ଦେଖୁ କେହି ତୁମେତ ଦେଖୁଛ ସତ
ମୋତେ କ୍ଷମା କର ଜଗନ୍ନାଥ

ବୁଝିବି ତୁମକୁ ଅବୁଝା ହେଇଛି
ଜାଣିଛି ତୁମେ ଦେଖୁଛ ତଥାପି ଲୁଚିଛି
ପାପ ଢ଼ାଙ୍କିବାକୁ ମିଛ ମୁଁ କହିଛି
ପ୍ରମାଣ ଦବାକୁ ଯାଇ ଶ୍ରୀଅଙ୍ଗ ଛୁଇଁଛି
ଛଡେଇ ଖାଇଛି କେତେ ଭୋକିଲା କଁସାରୁ ଭାତ
ମୋତେ କ୍ଷମା କର ଜଗନ୍ନାଥ

କ୍ଷମାର ଯଜ୍ଞ ମୁଁ ନୁହଁଇ ଜାଣିଛି 
ତଥାପି ତୁମ ପଦରେ ଶରଣ ବସିଛି
ଭୁଲ ଯାହା କଲି ତୁଣ୍ଡରେ ମଣୁଛି
ଦଣ୍ଡ ଯାହା ଦବ ଦିୟ ମଥା ମୁଁ ପାତିଛି
ତୁମ ଅନୁମତି ବିନା ଗଡୁନି ଜୀବନ ରଥ
ମୋତେ କ୍ଷମା କର ଜଗନ୍ନାଥ